ଭୁବନେଶ୍ବର: ବଙ୍କୁଆଳ କୁଆଖାଇ ନଦୀରେ ବୁଡ଼ିଗଲେ ଚାରି ନାବାଳକ। ମିଳିଥିବା ସୂଚନା ଅନୁଯାୟୀ, ଲକ୍ଷ୍ମୀସାଗର ଅଞ୍ଚଳର ୪ ଜଣ ସାଙ୍ଗ ଆଜି କୁଆଖାଇରେ ଗାଧୋଇବାକୁ ଯାଇଥିଲେ। ସମସ୍ତେ ସାଙ୍ଗ ହୋଇ ନଦୀ ପାର ହେଉଥିବା ବେଳେ ସାଗର ପୃଷ୍ଟି ନାମକ ଜଣେ ନାବାଳକ ଅଚାନକ ବୁଡ଼ିଯାଇଥିଲେ। ସେ ବୁଡ଼ି ଯାଉଥିବା ଦେଖି ଅନ୍ୟ ସାଥୀମାନେ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ, ହେଲେ ସଫଳ ହୋଇନଥିଲେ। ପରେ ଖବର ପାଇ ବାଲିଅନ୍ତା ଅଗ୍ନିଶମ ବାହିନୀ ପହଞ୍ଚିଥିଲା। ବହୁ ଖୋଜାଖୋଜି ପରେ ଶେଷରେ ବୁଡ଼ିଯାଇଥିବା ନାବାଳକ ସାଗର ପୃଷ୍ଟିକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି।
Share Now: